ଶ୍ରାବଣ ଗଗନେ ଆଗମନେ ଯେବେ
ସ୍ୱାଗତ କରଇ ବର୍ଷା,
ବରଷା ର ରାଜା ହେ ଶ୍ରାବଣ ତୁମ
ଭାଙ୍ଗି ଦିଅ ସବୁ ଇର୍ଷା ।
ମୃତ୍ତିକା ର ମୁଖେ କରୁଣ ଚିତ୍କାର
କରି ଦେଲ କି ଶ୍ରବଣ,
ନୀଳ ଗଗନ ର ନୟନ କୁ ଚିରି
ଝରି ପଡ଼ିଲ ଶ୍ରାବଣ ।
ଟୋପାଟୋପା ତୋମ ବାରିଜଳ ଧାରା
ପର୍ବତ କାନନେ ବାଜେ,
ସୁଲୁ ସୁଲୁ ହୋଇ ସମୀର ଛୁଆଁ ରେ
ବସୁଧା ର ତୃଷ୍ଣା ହଜେ।
ଶ୍ରାବଣ ଶରୀର ସ୍ପର୍ଶରେ ବିକଳ
ଶିଖରୀ ଶିଖା ରେ ଶିଖୀ,
ମଣ୍ଡୁକ ର ମୁଣ୍ଡ ଭ୍ରମ ରେ ଚକିତ
ତୁମ ଆବରଣ ଦେଖି।
ସରସୀ କମଳ କରଇ ମଞ୍ଜୁର
ଦେଖି ଶଶି କଳା ମୁଖ,
ବୈଶାଖ ର ରୁଦ୍ର ପ୍ରଚଣ୍ଡ କାରଣେ
ପାଇ ପାରୁ ନାହିଁ ସୁଖ।
ଶ୍ରାବଣ ର ଶୋଭା ଶ୍ୱେତ ମେଘ ମାଳା
ଇନ୍ଦ୍ରଧନୁ ର ସେ ଛବି,
ସଭିଙ୍କ ମନ କୁ ବିଭାଜନ କରେ
ବୁଡିବା ଆଗରୁ ରବି।
ଜିତେନ୍ ସିଂ
ମୟୁରଭଞ୍ଜ (ରାସଗୋବିନ୍ଦ ପୁର )


0 Comments